14,99 €
inkl. MwSt.
Versandkostenfrei*
Versandfertig in über 4 Wochen
payback
7 °P sammeln
  • Broschiertes Buch

'ନାଦନ ପ୍ରେମମ୍]' ଲଘୁ ଉପନ୍ୟାସକୁ ମୁଁ ୧୯୪୦ ମସିହାରେ ଲେଖିଥିଲି। ସିନେମାକୁ ଧ୍ୟାନରେ ରଖି ମୁଁ ଉପନ୍ୟାସ ରଚନା କରେନାହିଁ। କିନ୍ତୁ ମୋର ଏହି ପ୍ରଥମ ଉପନ୍ୟାସ ଏହାର ବ୍ୟତିକ୍ରମ। ୧୯୩୯-୪୦ର ପାଖାପାଖି ବୁମ୍ବାଇରେ ଏକ ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ସିନେମା ନିର୍ମାଣ ସମ୍ଭବ ଥିଲା। ମୁଁ ଏହି ଉପନ୍ୟାସ ଏହି ଉଦ୍ଦେଶ୍ୟରେ ରଚନା କରିଥିଲି ଯେ ୟାକୁ ଚଳଚିତ୍ର ଭାବେ ରୂପାୟନ କରିବାକୁ ହେଲେ ବୁମ୍ବାଇର କେତେ ଜଣ ସ୍ୱଚ୍ଛଳ ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। କିନ୍ତୁ ମୋର ସେଇ ଆଶା ପୂରଣ ହେଲାନାହିଁ, ନା ପ୍ରୋତ୍ସାହନ କୋଉଠୁ ପ୍ରାପ୍ତ ହେଲା। ଯଦିଓ ଏହି ପ୍ରୟାସ ଫଳପ୍ରଦ ହେଲାନି, ତଥାପି ଉପନ୍ୟାସ ଭାବେ ଏହି କୃତି ବହୁତ ଲୋକପ୍ରିୟ ହେଲା। ଏହାର କେତେଗୁଡ଼ିଏ ସଂସ୍କରଣ ମଧ୍ୟ ପ୍ରକାଶ ପାଇଲା। ଉପନ୍ୟାସ କ୍ଷେତ୍ରରେ ଏହା ମୋର ପ୍ରଥମ…mehr

Produktbeschreibung
'ନାଦନ ପ୍ରେମମ୍]' ଲଘୁ ଉପନ୍ୟାସକୁ ମୁଁ ୧୯୪୦ ମସିହାରେ ଲେଖିଥିଲି। ସିନେମାକୁ ଧ୍ୟାନରେ ରଖି ମୁଁ ଉପନ୍ୟାସ ରଚନା କରେନାହିଁ। କିନ୍ତୁ ମୋର ଏହି ପ୍ରଥମ ଉପନ୍ୟାସ ଏହାର ବ୍ୟତିକ୍ରମ। ୧୯୩୯-୪୦ର ପାଖାପାଖି ବୁମ୍ବାଇରେ ଏକ ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ସିନେମା ନିର୍ମାଣ ସମ୍ଭବ ଥିଲା। ମୁଁ ଏହି ଉପନ୍ୟାସ ଏହି ଉଦ୍ଦେଶ୍ୟରେ ରଚନା କରିଥିଲି ଯେ ୟାକୁ ଚଳଚିତ୍ର ଭାବେ ରୂପାୟନ କରିବାକୁ ହେଲେ ବୁମ୍ବାଇର କେତେ ଜଣ ସ୍ୱଚ୍ଛଳ ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। କିନ୍ତୁ ମୋର ସେଇ ଆଶା ପୂରଣ ହେଲାନାହିଁ, ନା ପ୍ରୋତ୍ସାହନ କୋଉଠୁ ପ୍ରାପ୍ତ ହେଲା। ଯଦିଓ ଏହି ପ୍ରୟାସ ଫଳପ୍ରଦ ହେଲାନି, ତଥାପି ଉପନ୍ୟାସ ଭାବେ ଏହି କୃତି ବହୁତ ଲୋକପ୍ରିୟ ହେଲା। ଏହାର କେତେଗୁଡ଼ିଏ ସଂସ୍କରଣ ମଧ୍ୟ ପ୍ରକାଶ ପାଇଲା। ଉପନ୍ୟାସ କ୍ଷେତ୍ରରେ ଏହା ମୋର ପ୍ରଥମ ପ୍ରୟାସ ଥିଲା। ଗ୍ରାମୀଣ ଜୀବନର ବିଷୟବସ୍ତୁ, ରୋମାଣ୍ଟିକ୍ କଳ୍ପନା ଏବଂ ସାମାଜିକ ଚଳନିର ଆକଳନ ଏହି ଉପନ୍ୟାସରେ ପ୍ରତିଫଳିତ ହୋଇଛି। ଉପନ୍ୟାସ ରଚନା କୌଶଳର ରାସ୍ତାରେ ଅନଭିଜ୍ଞ ହୋଇ ମୁଁ ଏହା ପ୍ରୟାସ କରିଥିଲି, କିନ୍ତୁ ଜଣାନାହିଁ କାହିଁକି ଏହି ଉପନ୍ୟାସଟି ଏତେ ଲୋକପ୍ରିୟ ହୋଇଗଲା। ଲୋକଭାରତୀ ପ୍ରକାଶନ (ଏହ୍ଲାବାଦ) ଯେବେ ମୋତେ କହିଲେ ମୋର ଗୋଟିଏ ଉପନ୍ୟାସର ହିନ୍ଦୀ ଅନୁବାଦ ପ୍ରକାଶ କରିବେ ମୁଁ 'ନାଦନ ପ୍ରେମମ୍]'କୁ ହିଁ ବାଛିଲି। ନିଜର ପ୍ରଥମ ସନ୍ତାନକୁ ଅଧିକ ଭଲପାଇବା ସ୍ୱାଭାବିକ କଥା। ଏହି ଉପନ୍ୟାସର ହିନ୍ଦୀ ଅନୁବାଦ ଅତ୍ୟନ୍ତ ଅଳ୍ପ ସମୟ ମଧ୍ୟରେ ଡ.ଆର.ସୁରେନ୍ଦ୍ରନ (ଆରସୁ) କରିଛନ୍ତି। ତାଙ୍କୁ ମୁଁ କୃତଜ୍ଞତା ଜଣାଉଛି। ଏସ୍]. କେ. ପୋଟ୍ଟେକ୍କାଟ୍ଟ
Autorenporträt
ଶଙ୍କରନ କୁଟ୍ଟୀଙ୍କ ଜନ୍ମ କାଲିକଟ ସହରର ପୋଟ୍]ଟେକ୍କାଟ୍ଟ ବଂଶରେ ୧୪.୦୩.୧୯୧୩ ରେ ହୋଇଥିଲା। ତାଙ୍କ ବାପା କୁଂଜିରାମନ ସ୍କୁଲରେ ଶିକ୍ଷକ ଥିଲେ। କାଲିକଟର ଗଣପତି ହାଇସ୍କୁଲ ତଥା ସାମୂତିରି କଲେଜରେ ତାଙ୍କର ଶିକ୍ଷା ଦିକ୍ଷା ହୋଇଥିଲା। ପିଲାଦିନରୁ ସାହିତ୍ୟ ପ୍ରତି ତାଙ୍କର ଆକର୍ଷଣ ଥିଲା। ନିଜ ପୁଅର କାହାଣୀ ବର୍ଣ୍ଣନା କରିବାକୁ ଆସିଥିବା ଜଣେ ମା'ର ଦୁଃଖ କାହାଣୀ ଛାତ୍ରାବସ୍ଥାରେ ଶଙ୍କରନ କୁଟ୍ଟୀଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା। ମା'ର ମାର୍ମିକ ଅଭିଯୋଗ ଶୁଣି ଛାତ୍ର ଶଙ୍କରନ କୁଟ୍ଟୀ ସେଇ ପୁଅକୁ ଗୋଟିଏ ଚିଠି ଲେଖିଥିଲେ। କିଛି ଦିନ ପରେ ସେଇ ପୁଅ ମା'କୁ ଖୋଜିବାକୁ ଆସିଲା। ତାଙ୍କର ସମ୍ପର୍କ ସୁଧୁରିଗଲା। ସେଇ ଚିଠିରୁ ସେ ଶବ୍ଦର ଆଶ୍ଚର୍ଯ୍ୟଜନକ ପ୍ରଭାବକୁ ବୁଝିଗଲେ। ଏହି ବୁଝିବା ତାଙ୍କୁ ଜଣେ ସାହିତ୍ୟିକ କଲା।ପାଠ ପଢ଼ା ଶେଷ ହେବାପରେ ସେ ପ୍ରଥମେ ଅଧ୍ୟାପନା ଏବଂ ତା'ପରେ ମୁମ୍ବାଇର ଏକ କପଡ଼ା କମ୍ପାନୀରେ କାମ କଲେ। ଯାଯାବର ଜୀବନ ତାଙ୍କର ସଉକ ଥିଲା। ୧୯୬୨ ମସିହାରେ ନିର୍ବାଚନ ଲଢ଼ି ସେ ସାଂସଦ ହେଲେ।ତାଙ୍କର ପ୍ରଥମ କାହାଣୀ- 'ରାଜନୀତି' ୧୯୨୮ ମସିହାରେ କଲେଜ ପତ୍ରିକାରେ ପ୍ରକାଶିତ ହୋଇଥିଲା। 'ମାତୃଭୂମି' ସାପ୍ତାହିକ ପତ୍ରିକା ତାଙ୍କ କାହାଣୀ ଲଗାତର ପ୍ରକାଶିତ କରିବାରେ ଲାଗିଥିଲା। ପ୍ରେମ କୀ ସଂଜା, ଘୁଁଘଟ, ବିଷକନ୍ୟା, କଥା ଏକ ଗଳି କି, କଥା ଏକ ପ୍ରାନ୍ତର କି, ଲୋଁଗ, କବୀନା ଏମିତି ଅନେକ ଉପନ୍ୟାସ ସେ ରଚନା କରିଛନ୍ତି।ରାଜ୍ୟ ତଥା ରାଷ୍ଟ୍ରସ୍ତରୀୟ କେତୋଟି ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି। ୧୯୮୦ ମସିହାରେ 'କଥା ଏକ ପ୍ରାନ୍ତର କୀ' ପୁସ୍ତକ ପାଇଁ ସେ ଜ୍ଞାନପୀଠ ପୁରସ୍କାର ପାଇଛନ୍ତି।ସଂସଦୀୟ ଅନୁଭବ ଉପରେ କେନ୍ଦ୍ରିତ ଉପନ୍ୟାସ 'ନର୍ଥ ଏଭନ୍ୟୁ' ଅଧୁରା ହୋଇ ରହିଛି।ଅଗଷ୍ଟ ୬, ୧୯୮୨ରେ ଏସ୍]. କେ. କୁଟ୍ଟୀଙ୍କର ମୃତ୍ୟୁ ହେଲା।